ଗାଡ଼ିରୁ ଟାଣି ନେଇ କଚାଡି ମାରିଲା ହାତୀ; ଯୁବକ ମୃତ

ଅକ୍ଷର ବ୍ୟୁରୋ: ଗାଡ଼ିରୁ ଟାଣି ନେଇ କଚାଡି ମାରିଲା ହାତୀ, ଯୁବକ ମୃତ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ମୃତଦେହ। ଏହାକୁ ନେଇ ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସଂଘାପଶି ଗାଁରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ଗାଁର ସୁଶାନ୍ତ ନାୟକ ।

ଗତକାଲି ସନ୍ଧ୍ୟାରେ ସୁଶାନ୍ତ ଓ ଅନ୍ୟ ୪ଜଣ ଆସୁଥିଲା ବେଳେ ହଠାତ ଗାଡ଼ିରୁ ଟାଣି ନେଇ ସୁଶାନ୍ତଙ୍କୁ କଚାଡି ମାରିଥିଲା ହାତୀ । ବନବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିଲେ ମୃତଦେହ ଉଠାଇ ନ ଦେବାକୁ ଜିଦ ଧରି ବସିଛନ୍ତି ଗ୍ରାମବାସୀ । ଗାଁ ନିକଟରେ ଏବେ ମଧ୍ୟ ରହିଛନ୍ତି ୨୨ ଟିକିଆ ହାତୀପଲ । ଗତ ୬ମାସ ମଧ୍ୟରେ ୧୦ରୁ ଅଧିକ ଜୀବନ ଯାଇଥିବା ବେଳେ ଘରଦ୍ୱାର ଓ ଫସଲ ନଷ୍ଟ କରିସାରିଲେଣି ହାତୀ | ଫଳରେ ଦିନରାତି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରୁ ହାତୀ ଘଉଡ଼ାଇବାକୁ ବନବିଭାଗକୁ ଗାଁଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)