ଅକ୍ଷର ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ । ୭୯ ହଜାର ଅଙ୍ଗନବାଡ଼ି କର୍ମୀ ପାଇବେ ସ୍ମାର୍ଟ ମୋବାଇଲ୍ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ୯୩ କୋଟି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ହୋଇଛି । DMRC ସଂସ୍ଥା ସହ ହୋଇଥିବା ଚୁକ୍ତି ବାତିଲ କରାଯାଇଛି । ଉକ୍ତ ସଂସ୍ଥାକୁ ବକେୟା ରାଶି ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍, BMRCL ରହିବ । ଭବିଷ୍ୟତରେ ମେଟ୍ରୋ ପ୍ରକଳ୍ପ ହେଲେ ସହଯୋଗ କରିବ BMRCL ।
ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା । ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ପୁନବିର୍କାଶ ପାଇଁ ଅନୁମୋଦନ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ପ୍ରମୁଖ ବୈଷୟିକ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପରିଣତ କରାଯିବ । ଏହାକୁ ଏନ୍ସିସି ଲିମିଟେଡ୍ ସଂସ୍ଥା କରିବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ଗବେଷଣା ଏବଂ ଆବାସିକ ଆବଶ୍ୟକତାକୁ ପୂରଣ କରାଯାଇପାରିବ । ପ୍ରସ୍ତାବିତ ପ୍ରକଳ୍ପରେ ଶୈକ୍ଷିକ ବ୍ଲକ୍, ପରୀକ୍ଷାଗାର, ଛାତ୍ରାବାସ, ଉପଯୋଗିତା ପ୍ରଣାଳୀ, ସୁବିଧା ସମ୍ବନ୍ଧିତ ସ୍ଥଳବିକାଶ କାର୍ଯ୍ୟ ଅର୍ନ୍ତଭୁକ୍ତ । ଏଥିପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ବଡ଼ମ୍ବା ସମବାୟ ଚିନି ଶିଳ୍ପ ଖୋଲିବ । ଏଥିପାଇଁ ୩୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ଇଣ୍ଡିଆ ପୋଟାସ୍ ଲିଃ ସହିତ ଚୁକ୍ତି ହୋଇଛି । ଖାଦ୍ୟ ଓ ଯୋଗାଣ ନିଗମକୁ ଅନୁମତି ଦିଆଯାଇଛି ଯେ, ଯେଉଁ ବଳକା ଚାଉଳ ରହିଯାଉଛି, ତାକୁ ନିଲାମ ମାଧ୍ୟମରେ ବିକ୍ରି କରାଯାଇ ପାରିବ ।












Leave a Reply