ସୁନ୍ଦରଗଡ଼ ରେଲୱେ ଗ୍ରୀଡ୍ ରେ ନିଆଁ; ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ କଲେ ଅଗ୍ନିଶମ ବିଭାଗ ।

ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ନିକଟରେ ହୁତୁ ହୁତୁ ହୋଇ ଜଳିଲା ରେଲୱେ ଗ୍ରୀଡ୍ । ଗତକାଲି ରାତିରେ ବଡ ବ୍ଲାଷ୍ଟ ପରେ ଗ୍ରିଡରେ ନିଆଁ ଲାଗିଯାଇଥିବା ସୂଚନା । ଚାନ୍ଦିପୋଷ ଥାନା ପଛପଟେ ଥିବା ରେଲୱେ ଗ୍ରୀଡ଼ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ ବ୍ଲାଷ୍ଟ ହୋଇଥିଲା । ପରେ ଚାନ୍ଦିପୋଷ ପୁଲିସ କର୍ମଚାରୀମାନେ ଭୟରେ ଥାନାରୁ ବାହାରକୁ ବାହାରି ଆସିଥଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ନିଆଁ ଲାଗିଥିବା ଦେଖି ତୁରନ୍ତ ଚାନ୍ଦିପୋଷ ପୁଲିସ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ପ୍ରଥମେ ଲହୁଣୀପଡା ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିପାରି ନଥିବାରୁ ପରେ ରାଉରକେଲା, ବଣାଇରୁ ଆସି ଦୀର୍ଘ ୪ ଘଣ୍ଟା ନାକେଦମ ହେବା ପରେ ନିଆଁ ଆୟତ୍ତ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାରେ ବ୍ୟାପକ କ୍ଷତି ଘଟିଥିବା ସମ୍ଭାବନା ରହିଥିବାବେଳେ, ସଠିକ୍ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ । ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଆତଙ୍କର ପରିବେଶ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)