ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ବୋମା ବିସ୍ପୋରଣ ଘଟଣାରେ ମାମଲା । ଏୟାରଫିଲ୍ଡ ଥାନାରେ NIA ଟିମ୍ । ବିସ୍ଫୋରଣ ଘଟଣା, ଅପରାଧିକ ଓ ଆତଙ୍କୀ ଲିଙ୍କ୍ କୁ ନେଇ ତନାଘନା ଚଳାଇଛି NIA । ନୂଆ ମାମଲା ସହ ଟ୍ୟାଗ୍ କଲା NIA । ଏୟାରଫିଲ୍ଡ ତଦନ୍ତ ରିପୋର୍ଟକୁ କଲା ଟ୍ୟାଗ । ଦୁଇଦିନ ତଳେ ୧/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା NIA । ବଛା ବଛା ଅଫିସରଙ୍କୁ ନେଇ ଗଠନ ହୋଇଛି ଓଡିଶା NIA ଟିମ୍ । ରାଜ୍ୟ ବାହାରର ଅଫିସର ଓ ଏସପି ଏଥିରେ କରିବେ ସହଯୋଗ । ତଦନ୍ତ ପାଇଁ ଦିଲ୍ଲୀରୁ ଗ୍ରୀନ ସିଗନାଲ ପରେ ରୁଜୁ ହେଲା ମାମଲା । ଅପରାଧିକ ଓ ଆତଙ୍କୀ ଲିଙ୍କ ନେଇ ଆରମ୍ଭ ହେଲା ଖୋଳତାଡ଼ । ବିସ୍ପୋରକରେ ବୋମା ତିଆରି କରୁଥିବା ସେହେନୱାଜ ମଲ୍ଲିକ ମୃତ୍ୟୁ ହୋଇ ସାରିଛି । ତାର ମାଆ ବି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇ ଥିଲା । ବୋମା ଭିଡ଼ିବା ବେଳେ, ଆରଡ଼ିଏକ୍ସ ବ୍ୟବହାର ହୋଇଥିଲା କି ନାହିଁ ସେନେଇ ଆରମ୍ଭ ହୋଇଛି ଛାନଭିନ । ସନ୍ଦେହ ବଢିଥିବାରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି NIA ର ଓଡିଶା ୟୁନିଟ୍ । ଗତ ଜାନୁଆରୀ ୨୭ରେ ସୁନ୍ଦରପଦା ଆଜାଦନଗରରେ ବିସ୍ଫୋରଣ ହୋଇଥିଲା ।
ଆଜାଦନଗରରେ ବୋମା ବିସ୍ପୋରଣ ଘଟଣାରେ ଏୟାରଫିଲ୍ଡ ଥାନାରେ NIA ଟିମ୍ ।












Leave a Reply