ଅକ୍ଷର ବ୍ୟୁରୋ: ଖାଦ୍ୟ ପହଞ୍ଚାଇବାକୁ ଯାଇଥିବା ବେଳେ ଗ୍ରାହକଙ୍କ ଆକ୍ରମଣର ଶିକାର ହେଲେ ଡେଲିଭରୀ ବୟ । ସାମାନ୍ୟ ପରିଚୟ ପତ୍ର ମାଗିବାରୁ ତାଙ୍କୁ ସହିବାକୁ ପଡ଼ିଲା ମାଡ଼। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରୁ । ଗତ ୨୪ ତାରିଖ ରାତିର ଘଟଣା । ଭାଗିରଥି ଘଡ଼େଇ ନାମକ ଜଣେ ଡେଲିଭରୀ ବୟ ଗଜପତି ନଗର ଅଞ୍ଚଳରେ ରହୁଥିବା ଦେବ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଅର୍ଡର ନେଇ ପହଞ୍ଚିଥିଲେ। ରାତି ୧୨ଟା ସମୟରେ ୧୫ ମିନିଟ ଭିତରେ ସେ ଠିକଣା ସ୍ଥାନରେ ପହଞ୍ଚି ଯାଇଥିଲେ। କିନ୍ତୁ ଅର୍ଡର କରିଥିବା ବ୍ୟକ୍ତି ଫୋନ୍ ରିସିଭ୍ କରିନଥିଲେ। ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ଅର୍ଡର ନେବାକୁ ଚେଷ୍ଟା କଲେ ।
ନିୟମ ଅନୁସାରେ ଭାଗିରଥି ସେହି ବ୍ୟକ୍ତିଙ୍କୁ ଆଇଡି ମାଗିଥିଲେ। ବାସ୍, ଏତିକିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଗ୍ରାହକ । ଆଇଡି ନ ଦେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ msg ଦେଖାଇ ଯୁକ୍ତି କରି ଶେଷରେ ଡେଲିଭରୀ ବୟଙ୍କୁ ମାଡ଼ ମରାଯାଇଥିଲା । ଏନେଇ ଭାଗିରଥି ନିଜ କମ୍ପାନୀକୁ ଅବଗତ କରିବା ସହ ମୈତ୍ରୀ ବିହାର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ, ନ୍ୟାୟ ପାଇଁ ଦାବି କରିଛନ୍ତି ପୀଡ଼ିତ ।












Leave a Reply