ଏସସିବି ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର

ଅକ୍ଷର ବ୍ୟୁରୋ: ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ତାଙ୍କ ସହ ଦୁଇ ଜଣ ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଏସସିବି ମେଡିକାଲରୁ ଗତ ୬ ବର୍ଷ ମଧ୍ୟରେ ୧୪ ଜଣ ନବଜାତ ଶିଶୁ ନିଖୋଜ ହେବା ଘଟଣାରେ ତଦନ୍ତ କରିବା ପାଇଁ ପହଞ୍ଚିଛନ୍ତି ଅଧ୍ୟକ୍ଷା ବବିତା ପାତ୍ର । ଏନେଇ ଏସସିବି କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି । ସେମାନେ ୫ ଜଣ ଶିଶୁଙ୍କ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଶିଶୁଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୨ ଜଣ ଶିଶୁଙ୍କୁ କିଛି ସ୍ୱେଛାସେବୀ ସଂଗଠନକୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial