କ୍ୟାପିଟାଲ ହସ୍ପିଟାଲରେ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି NIA ଟିମ୍ ।

ଅକ୍ଷର ବ୍ୟୁରୋ: ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ NIA (ଜାତୀୟ ତଦନ୍ତକାରୀ ସଂସ୍ଥା) । ଭୁବନେଶ୍ୱର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ଟିମ୍ ଛାନଭିନ୍ ଜାରି ରଖିଛି । ବିସ୍ଫୋରଣ ଘଟଣାରେ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି ସ୍ୱତନ୍ତ୍ର ଟିମ୍ । ଭୁବନେଶ୍ୱର ଆଜାଦଗନର ବିସ୍ଫୋରଣ ଘଟଣାର NIA ଟିମ୍ ଛାନଭିନ୍ କରୁଛି । ଏହି ଅନୁଯାୟୀ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି NIA ଟିମ୍ । ମଙ୍ଗଳବାର NIA ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରିଛି । ଏହାପରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେହିପରି ପୂର୍ବରୁ ମଧ୍ୟ ଏହି ଘଟଣାରେ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି ପଚରାଉଚରା କରିଛି । ସାକ୍ଷୀଙ୍କୁ ପଚରାଉଚରା ପରେ ପ୍ରମାଣ ଏକାଠି ପାଇଁ NIA ଆରମ୍ଭ କରିଛି ପ୍ରକ୍ରିୟା । କିନ୍ତୁ RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ସୂଚନା ଅନୁସାରେ ଗତ ୨୦୨୬ ଜାନୁୟାରୀ ୨୭ ତାରିଖରେ ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ପୋରଣ I

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)