ମହୁଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ ଫସିଥିଲେ ନାବାଳକ; ଦୀର୍ଘ ସାଢେ ୯ ଘଣ୍ଟା ରେସକ୍ୟୁ ଅପରେସନ ପରେ ନାବାଳକ ଉଦ୍ଧାର ।

ଅକ୍ଷର ବ୍ୟୁରୋ: ପଥର ସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ସାଢେ ୯ ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକ ଉଦ୍ଧାର । ନାବାଳକଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହୁ ଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ ଫସିଥିଲେ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ନାବାଳକ ଶିବ ପ୍ରଧାନ ।

ସୂଚନା ଅନୁସାରେ, ନୟାଗଡ଼ ବାଉଁଶଗାଡ଼ିଆ କାନିପଦା ଜଙ୍ଗଲରେ ଥିବା ପାହଡ଼ରେ ମହୁ ଫେଣା ଭାଙ୍ଗିବାକୁ ଶିବ ଯାଇଥିଲେ । ଏହି ସମୟରେ ମାଟି ଖସିଯିବାରୁ ପଥର ସନ୍ଧିରେ ଫସି ଯାଇଥିଲେ ନାବାଳକ । ପଥର ସନ୍ଧିରେ ସକାଳ ୭ଟାରୁ ଫସି ରହିଥିଲେ ନାବାଳକ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚିଥିଲେ । ସେହି ଜାଗାକୁ ଅନ୍ୟମାନେ କିପରି ନ ଯାଇପାରିବେ ପୋଲିସ ଘେରାବନ୍ଦୀ କରି ରଖିଥିଲା । ଅଗ୍ନିଶମ କର୍ମଚାରୀ ନାବାଳକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ଏପରିକି ନାବାଳକଙ୍କୁ ଉଦ୍ଧାର ପାଇଁ ଭୁବନେଶ୍ବର ଅଗ୍ନିଶମ ବିଭାଗର କମାଣ୍ଡ କଣ୍ଟ୍ରୋଲ ରୁମରୁ ମଧ୍ୟ ମନିଟରିଂ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କୁ ଭିସି ମାଧ୍ୟମରେ ଗାଇଡ କରିଥିଲେ ବରିଷ୍ଠ ଅଧିକାରୀ । ଉଦ୍ଧାର ସମୟରେ ପିଲାଠୁ ମାତ୍ର ଅଳ୍ପ ଦୂରରେ ବିରାଟ ଅଜଗର ରହିଥିଲା । ଶେଷରେ ଦୀର୍ଘ ସାଢେ ୯ ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକଙ୍କୁ ପଥର ସନ୍ଧିରୁ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)