ମୃତ ଭଉଣୀ ଶବକୁ ଛୁଇଁଥିବାରୁ ଶୁଦ୍ଧି ହେଲେ ଜିତୁ ମୁଣ୍ଡା ।

ଅକ୍ଷର ବ୍ୟୁରୋ: ଶୁଦ୍ଧି ହେଲେ ଜିତୁ ମୁଣ୍ଡା । ମୃତ କାଲାରା ମୁଣ୍ଡାଙ୍କ ସମାଧି ତିଆରି ପରେ ଶୁଦ୍ଧି ହୋଇ ଜାତିରେ ମିଶିବେ ଜିତୁ । ମାଟିରୁ ଖୋଳି କଙ୍କାଳକୁ ଛୁଇଁଥିବାରୁ ଶୁଦ୍ଧି ନହେଲେ ତାଙ୍କୁ ସମାଜରେ ମିଶାଇବେ ବୋଲି ନାହିଁ ଜାତି ଭାଇ କହିବା ପରେ ଶୁଦ୍ଧି ପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ଜିତୁ ମୁଣ୍ଡା । ଭଉଣୀ ଶବକୁ ପୋତିଥିବା ସ୍ଥାନରେ ସମାଧି ତିଆରି ହେବ ଏଥି ସହ ପୂର୍ବରୁ ପୂର୍ବ ପୁରୁଷଙ୍କ ମୃତ୍ୟୁ ପାଇଁ ୫ ଜଣଙ୍କ ପାଇଁ ପଥର ଜକା ହେବ । କାଲାରା ମୁଣ୍ଡାଙ୍କ ସମାଧି ନିର୍ମାଣ ହେବ । ଏହା ପରେ ଶୁଦ୍ଧି ହେବେ ଜିତୁ । ନଣ୍ଡା ହେବା ପରେ ଗାଁ ଲୋକ ଜାତି ବନ୍ଧୁ ଜ୍ଞାତି କୁଟୁମ୍ବଙ୍କୁ ଭୋଜି ଦେଇ ଆପାୟିତ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)