ଅକ୍ଷର ବ୍ୟୁରୋ: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ । ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ ପାଳନ କରିବାକୁ ଆଦେଶ ଦେଇଛି । କୋର୍ଟ ନିର୍ଦ୍ଦେଶ ଅନୁସାରେ, ଜାତୀୟ ରାଜପଥ କଡ଼ରେ ଅନଧିକୃତ ପାର୍କିଂକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । କେବଳ ନିର୍ଦ୍ଦିଷ୍ଟ ଲେ-ବାୟ କିମ୍ବା ୱେସାଇଡ୍ ଆମେନିଟିରେ ଯାନ ପାର୍କିଂ କରାଯାଇପାରିବ । ଏହାକୁ କଡାଭାବେ ପାଳନ କରିବା ପାଇଁ ATMS, ସିସିଟିଭି, ଜିପିଏସ ଓ ଇ-ଚାଲାନ୍ ବ୍ୟବସ୍ଥାକୁ ସକ୍ରିୟ କରାଯିବ । ସେଥିପାଇଁ ରାଜପଥ କଡ଼ରେ ଥିବା ଅବୈଧ ଢାବା, ଦୋକାନ ଓ ଅନ୍ୟାନ୍ୟ କାଠାକୁ ୬୦ ଦିନ ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ ମିଳିଛି । ଏହା ସହିତ ପ୍ରତ୍ୟେକ ଜିଲ୍ଲାରେ ‘ଡିଷ୍ଟ୍ରିକ୍ଟ ହାଇୱେ ସେଫ୍ଟି ଟାସ୍କ ଫୋର୍ସ’ ଗଠନ କରାଯିବ ଓ ପୋଲିସ, ପ୍ରଶାସନ ଓ ଏନଏଚଏଆଇ ମଧ୍ୟରେ ସମନ୍ୱୟ ବଢ଼ାଯିବ । ହାଇୱେରେ ନିୟମିତ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଓ ଅବୈଧ ଦଖଳ ହଟାଇବା ଉପରେ ଜୋର ଦିଆଯିବ ।
ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ; ଜାତୀୟ ରାଜପଥ କଡ଼ରେ ଅନଧିକୃତ ପାର୍କିଂକୁ ସମ୍ପୂର୍ଣ୍ଣ ନିଷେଧ ।












Leave a Reply