ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା:

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆଇନକୁ ହାତକୁ ନେବା ଉଚିତ୍ ନୁହେଁ । ସରକାରରେ ଯେଉଁମାନେ ଅଛନ୍ତି ସେମାନଙ୍କ ମୂଳ କାମ ରାଜଧର୍ମ କିପରି ପାଳନ କରିବେ । ଅପରାଧୀ ବାର୍ତିବା ଉଚ୍ଚିତ୍ ନୁହେଁ । ଅପରାଧ ପ୍ରବଣତା ରୋକିବା ପାଇଁ ଆମକୁ ଆହୁରି ଯତ୍ନବାନ ହେବାକୁ ପଡ଼ିବ । ଅପରାଧୀଙ୍କୁ ବିରୋଧରେ ଆମେ ସଫଳତାର ସହ କାର୍ଯ୍ୟାନୁଷ୍ଠାନ ନେଇଛୁ । ଆଇନ୍‌କୁ ହାତକୁ ନେବା ଭଳି ଘଟଣା ଯେପରି ନଘଟିବ ସେଥିପାଇଁ ସଚେତନତା ଜରୁରୀ । ଅପରାଧିକ ଭିତରେ ଭୟ ରହୁନି, ଭୟ ସଂଚାର କରିବା ଜରୁରୀ । ଅପରାଧ କମାଇବା ହେଲେ ପୁଲିସ୍ ବିଭାଗରେ କର୍ମଚାରୀ ସଂଖ୍ୟା ବଢିବା ଦରକାର । ବିରୋଧୀ ଏ ପ୍ରସଙ୍ଗରେ ସମାଲୋଚନା କରିବାର ଅଧିକାର ରହିଛି । ସମାଲୋଚନା ଆମେ ଗ୍ରହଣ କରିଛୁ । ପରସ୍ପର ଭିତରେ ତୁ ତୁ ମେ ମେ ନହୋଇ ଉଚିତ୍ କାର୍ଯ୍ୟ କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)