ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ବାଲିଅନ୍ତା GRP କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାସ୍ଥଳର ଆଖପାଖ ଗାଁ ଗୁଡ଼ିକୁ ଗିରଫଦାରୀ ଭୟ ଘାରିଛି । ଆଖପାଖ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ସେପଟେ ପୁଲିସ ଜୋରଦାର୍ ତନାଘନା ଚଳାଇଛି । ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ.ବି.ଖୁରାନିଆ କହିଛନ୍ତି । ଗତକାଲି କ୍ରାଇମ୍ ସ୍ପଟ୍ ରେ ପୋଲିସ DG ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ ।
ବେଣୁପୁର ଗାଁରେ ପୀଡିତାଙ୍କ ଘର । ସେ ଫୋନ୍ କରିବା ଯୋଗୁ ତାଙ୍କ ସମ୍ପର୍କୀୟଙ୍କ ସମେତ ଅନେକ ଗ୍ରାମବାସୀ ଘଟଣାସ୍ଥଳକୁ ମାଡି ଆସିଥିଲେ । ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିଲେ । ତେଣୁ ଗିରଫ ଭୟରେ ଗାଁର ଅନେକ ଘରୁ ପୁରୁଷମାନେ କେଉଁଆଡେ ଉଭାନ ହୋଇଯାଇଛନ୍ତି । ସେପଟେ ରାସ୍ତା ମଝିରେ ଅସଦାଚରଣ କରିବା ଅଭିଯୋଗକୁ ପରିବାର ଲୋକ ମିଛ ବୋଲି କହିଛନ୍ତି । ରାଜ୍ୟ ବାହାରେ ଦୁଇ ପୀଡିତା ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି । ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ପୁଲିସକୁ ଦାୟୀ କରି ରାସ୍ତା ଅବରୋଧ କରିଥିଲେ। ନ୍ୟାୟ ଦାବି କରିଥିଲେ ।
ଭୁବନେଶ୍ୱର ବାଲିଅନ୍ତା ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି; ସେପଟେ ଗିରଫଦାରୀ ଭୟରେ ଆଖପାଖ ଗାଁ ପୁରୁଷଶୂନ୍ୟ ।












Leave a Reply