ବାଲିଅନ୍ତା ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ; କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କଲେ କଂଗ୍ରେସକର୍ମୀ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ଜିଆରପି ସୌମ୍ୟରଞ୍ଜନ ସ୍ଵାଇଁ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ । କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସ ଉପରକୁ ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ । ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ ।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇ ସାରିଲେଣି । ସର୍ବସମ୍ମୁଖରେ ବାରମ୍ୱାର ମଧ୍ୟଯୁଗୀୟ ବର୍ବରତା ଘଟିଚାଲିଥିଲେ ମଧ୍ୟ ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ନିଜ ବିଫଳତାର ଆତ୍ମସମୀକ୍ଷା କରନ୍ତୁ ବୋଲି ଭକ୍ତ କହିଛନ୍ତି । ସେହିପରି ପୁଲିସର ସ୍ଥାଣୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଲିସ କମିସନରେଟ ଘେରାଉ କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)