ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଲାଗି ନାହିଁ ଭିଡ ହିଂସା ଧାରା; ସ୍ପଷ୍ଟୀକରଣ ରଖିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କାହିଁକି ଲାଗି ନାହିଁ ଭିଡ ହିଂସା ଧାରା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ବାଲିଅନ୍ତା ବର୍ବରତାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ଦିନରେ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ । ଏହା ପୂର୍ବରୁ ବାଲିଅନ୍ତା ଥାନା ପୁଲିସଠାରୁ ତଦନ୍ତକାରୀ ଅଧିକାରୀ ସବୁ ତଥ୍ୟ ସଂଗ୍ରହ କରିଛନ୍ତି । ସୌମ୍ୟ ହତ୍ୟା ମାମଲାରେ କାହିଁକି ଲାଗି ନାହିଁ ଭିଡ ହିଂସା ଧାରା ପ୍ରଶ୍ନ ଉଠିଥିଲା । ବିଶେଷ ପରିସ୍ଥିତିରେ ମବ୍ ଲିଞ୍ଚିଂ ସେକ୍ସନ ଲଗାଯାଏ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ୫ରୁ ଅଧିକଙ୍କ ସଂପୃକ୍ତି ଥିଲେ ଭିଡ ହିଂସା ଧାରା ଲାଗେ । ଗୁଣି ଗାରେଡି ଜନିତ ହିଂସା ମାମଲାରେ ମଧ୍ୟ ଏଭଳି ଦଫା ଲାଗାଯାଏ । କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇ ନଥିବାରୁ ଭିଡ଼ ହିଂସା ଧାରା ଲାଗିନି । ତେବେ ମବ୍ ଲିଞ୍ଚିଂ ଧାରା ଲାଗୁ କି ନଲାଗୁ ହତ୍ୟା ପାଇଁ ଦଣ୍ଡବିଧାନ ସମାନ ରହିବ ବୋଲି ସେ କହିଛନ୍ତି । ଯେଉଁମାନେ ଘଟଣାସ୍ଥଳରେ ଥିଲେ ସମସ୍ତେ ଯେ ମବ୍ ଲିଞ୍ଚିଂ କରିଛନ୍ତି ତାହା କରିବା ବି ଠିକ ନୁହେଁ ବୋଲି ସେ କହିଛନ୍ତି । ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)