ପୁଣି ଜଣେ ଯୁବକଙ୍କ ହାଇଡ୍ରାମା; ମୋବାଇଲ୍ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ।

ଅକ୍ଷର ବ୍ୟୁରୋ: ପୁଣି ଜଣେ ଯୁବକଙ୍କ ହାଇଡ୍ରାମା । ମୋବାଇଲ୍ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ । ମଦ୍ୟପ ଅବସ୍ଥାରେ ଟାୱାର ଉପରେ ଚଢି ଜୀବନ ହାରିବାକୁ ଦେଉଥିଲେ ଧମକ । ଏଭଳି ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରରେ ଦେଖିବାକୁ ମିଳିଛି । ଆଜି ସକାଳୁ କୁମ୍ଭାରସାହିର ତ୍ରିଲୋଚନ କାଶି ମଦ୍ୟପାନ କରି ଟାୱାର ଉପରେ ଚଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ତଳକୁ ଓହ୍ଲାଇବା ପାଇଁ ନିବେଦନ କରିଥିଲେ । କିନ୍ତୁ ତ୍ରିଲୋଚନ ଟାୱାର ତଳକୁ ଡେଇଁ ଜୀବନ ହାରିବାକୁ ଧମକ ଦେଇଥିଲେ । ପରେ ପୁଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ତ୍ରିଲୋଚନକୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)