ଅକ୍ଷର ବ୍ୟୁରୋ: ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ପୁଣି ଏକ ଭୟଙ୍କର ହତ୍ୟାକାଣ୍ତ । ଯୁବକଙ୍କୁ ହତ୍ୟା କରି ଜାଳିଦେଲେ ଦୃର୍ବୃତ୍ତ । ଗଣିଆ ଥାନା ଅନ୍ତର୍ଗତ ବାଲିସାହି ଏରୁଣ୍ଡିପଥର ରାସ୍ତା କଡ଼ରେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି । ମୃତଦେହ ରାସ୍ତା କଡ ଖାଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଗଣିଆ ଥାନାକୁ ଖବର ଦେଇଥିଲେ । ଯୁବକ ଜଣଙ୍କ ଡାହାଣ ହାତରେ ସଞ୍ଜୟ ଲେଖା ହୋଇଥିବା ବେଳେ ସେ ଗୋଟିଏ କଙ୍କଣ ପିନ୍ଧିଛି ଏବଂ ବେକରେ ଗୋଟିଏ ରୂପା ଚେନ ମଧ୍ୟ ପଡିଛି । ମୃତଦେହ ପଡ଼ିଥିବା ଅନତି ଦୂରରେ ରାସ୍ତା ଉପରେ ଗୋଟିଏ ଚପଲ ପଡିଥିବା ବେଳେ ପେଟ୍ରୋଲ ବୋତଲ ମଧ୍ୟ ପଡିଛି । ତାର ଶରୀର ସମସ୍ତ ଅଂଶ ପୋଡି ଯାଇଛି । ମୃତଦେହ ପଡ଼ିଥିବା ସ୍ଥାନରେ ପିନ୍ଧିଥିବା ସାର୍ଟର ଟୁକୁଡା ଏବଂ ଗଞ୍ଜିର ଟୁକୁଡା ପଡ଼ିରହିଛି । ତେବେ ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି । କିଛିଦିନ ତଳେ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ବାଲିପାଟଣାରେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା । ସୁନ୍ଦରଗଡଠୁ ଗଂଜାମ ସବୁଠି ଏପରି ଘଟଣା ଘଟିଛି । ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି ଲୋକେ ।
ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ଯୁବକଙ୍କୁ ହତ୍ୟା କରି ଜାଳିଦେଲେ ଦୃର୍ବୃତ୍ତ; ରାସ୍ତାକଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କଲା ପୋଲିସ୍ ।











Leave a Reply