ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି । ବଡ଼ ଧରଣର ଚଢ଼ାଉ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ରେଡ୍ କଲା ଭିଜିଲାନ୍ସ ଟିମ୍ । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ କରାଯାଇଛି ଚଢାଉ । ଆଜି ଭୋର ସମୟରୁ ଯନ୍ତ୍ରୀଙ୍କ ଭଦ୍ରକ ଆରଡ଼ି ଛକ ସ୍ଥିତ ବାସଭବନ ଏବଂ ନରିପୁର ସ୍ଥିତ ଅଫିସରେ ଏକାସଙ୍ଗେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । କେବଳ ଭଦ୍ରକ ନୁହେଁ, ବରଂ ବିଜୟ ମହାନ୍ତିଙ୍କ ଭୁବନେଶ୍ୱର, କେନ୍ଦୁଝର ଓ ବାଲେଶ୍ୱରରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି ।
ଯନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି । ଚଢ଼ାଉରେ ଏକାଧିକ ଟିମ୍ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନାନୁୁଯାୟୀ ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି ।












Leave a Reply