ଅକ୍ଷର ବ୍ୟୁରୋ: ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ପୁଣି ଥରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ଗତକାଲିଠାରୁ ଲଗାତାର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଜାରି ରହିଥିବାରୁ ସମଗ୍ର ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। କିଛି ଦିନ ପୂର୍ବର ବନ୍ୟା ବିଭୀଷିକାରୁ ଲୋକେ ସମ୍ପୂର୍ଣ୍ଣ ମୁକୁଳି ନଥିବାବେଳେ ପୁଣି ଆରମ୍ଭ ହୋଇଥିବା ବର୍ଷା ନୂଆ ବିପଦର ଆଶଙ୍କା ବଢ଼ାଇଛି।
କିଛି ଦିନ ତଳେ ଭାରି ବର୍ଷା ଯୋଗୁଁ ନୀଳଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଗାଁ ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବନ୍ୟାର କ୍ଷତିରୁ ଲୋକେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବାହାରି ନଥିବାବେଳେ ଏବେ ପୁଣି ଲଘୁଚାପ ଜନିତ ବର୍ଷା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି।ଲଗାତାର ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ବର୍ଷା ଜାରି ରହିଲେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁ ନାହିଁ। ଏପଟେ ପ୍ରଶାସନ ବର୍ଷାର ସ୍ଥିତି ଓ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖିଥିବାବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଆବଶ୍ୟକ ପଡ଼ିଲେ ଜରୁରୀ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି।












Leave a Reply