ରାଜ୍ୟରେ ତେଲ ସଙ୍କଟ; ଅଧିକାଂଶ ପେଟ୍ରୋଲ ପମ୍ପ ଆଗରେ ଲାଗିଛି ଲମ୍ବା ଲାଇନ୍ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଦେଖାଦେଲାଣି ତେଲ ସଙ୍କଟ । ରାଜଧାନୀର ଅଧିକାଂଶ ପେଟ୍ରୋଲ ପମ୍ପ ଆଗରେ ଲାଗିଛି ଲମ୍ବା ଲାଇନ୍ । ସକାଳୁ ରାତି ଅଧ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ନିଜ ଗାଡିରେ ପେଟ୍ରୋଲ ପକାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ । ଗୋଟେ ପଟେ ସରକାର ତେଲର ଅଭାବ ନଥିବା କଥା କହୁଛନ୍ତି । ଅନ୍ୟପଟେ ତେଲ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛି ଆମ ବସ୍ । ଗତ ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱର ସିଆରପି ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଡିୟୁଟି ଆୱାର ପରେ ବିଳମ୍ବିତ ରାତି ଯାଏଁ ଆମ ବସକୁ ରାସ୍ତା କଡ଼ରେ ରଖି ତେଲ ପାଇଁ ଅପେକ୍ଷା କରିଥିଲେ ଡ୍ରାଇଭର । ତେବେ ରାଜ୍ୟରେ ଘନଉଛି ତେଲ ସଙ୍କଟ । ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ଏପଟେ ଥରକୁ ୧୦୦ ଟଙ୍କାରୁ ଅଧିକ ତେଲ ମିଳୁନି । ତେଲ ନ ମିଳିଲେ ଲୋକଙ୍କ ଜୀବନଜୀବିକା ଚାଲିବ କେମିତି ? ଏବେ ଏହି ପ୍ରଶ୍ନ ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)