ଅକ୍ଷର ବ୍ୟୁରୋ: ଦିନ ପାଖେଇ ଆସୁଥିବାରୁ ରଥଖଳାରେ ଜୋରସୋରରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । ୩ ରଥର ମୋଟ ୪୨ ଚକରୁ ୩୨ ଚକ ନିର୍ମାଣ ଶେଷ ହୋଇଛି । ମହାରଣା ସେବକ ମାନେ ତିନିରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି । ରୂପକାର ସେବକ ମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି । ରଥର ନିର୍ଦ୍ଦିଷ୍ଠ ଅଂଶ ପାଇଁ ଯୋଗାଇ ଦିଆଯାଇଥିବା କାଠରେ କୌଣସି ସମସ୍ୟା ଦେଖାଦେଲେ ସେହି ଚଉପଟ କାଠର କିଛି ଅଂଶ ବାଦ୍ ଦେଇ ଅନ୍ୟ ଅଂଶରେ ବ୍ୟବହାରରେ ଲଗାଉଛନ୍ତି ମହାରଣା ସେବକମାନେ ।
ନନ୍ଦିଘୋଷ ରଥର ମୋଟ୍ ୧୨ଟି ଚଉତା କାଠ ହଣା ସରିଥିବା କହିଛନ୍ତି ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର । ରଥ ଉପର ତିନି ଭୂଇଁରେ ଲାଗିଥାଏ ୧୨ଟି ଚଉତା କାଠ । ଏଥିସହ ମହାପ୍ରଭୁଙ୍କ ରଥର ୧୬ଟି ଚକ ମଧ୍ୟରୁ ୧୩ଟି ସମ୍ପୂର୍ଣ୍ଣ ହୋଇ ଆଉ ଗୋଟିଏ ଶେଷ ହେବା ଉପରେ । ଆଉ ଦୁଇଟି ଚକର ଅର ଓ ପହି ପହଞ୍ଚିଲେ ଚକ କାମ ଶେଷ ହେବ । ଏଥିସହ ୪ଟି ଚାରିନାହାକାରୁ ଦୁଇଟି ନାହାକା କାଠ ହଣା ଶେଷ ହୋଇଥିବା ମୁଖ୍ୟ ବିଶ୍ୱକର୍ମା ମହାପାତ୍ର କହିଛନ୍ତି ।












Leave a Reply