ଲୋକସେବା ଭବନରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଏବଂ ପ୍ରତିନିଧିଦଳ ସହ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।

ଅକ୍ଷର ବ୍ୟୁରୋ: ଆଜି ଲୋକସେବା ଭବନରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଏବଂ ତାଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିଦଳ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେମାନଙ୍କର ବିଭିନ୍ନ ସମସ୍ୟା, ସୁବିଧା ଓ ସ୍ଥାୟୀ ସମାଧାନ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ବୈଠକରେ ଚାଷୀ ଭାଇଭଉଣୀଙ୍କ ହିତକୁ ସର୍ବୋପରି ରଖି ମଣ୍ଡି ବ୍ୟବସ୍ଥାର ସୁଦୃଢ଼ୀକରଣ, ଟୋକେନ୍ ପ୍ରଣାଳୀର ସରଳୀକରଣ, ଧାନ କ୍ରୟ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଓ ଚାଷୀମାନଙ୍କୁ ନ୍ୟାୟସଙ୍ଗତ ସୁବିଧା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମଣ୍ଡି ପରିସରରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଶୌଚାଳୟ ଭଳି ମୌଳିକ ସୁବିଧାର ଉନ୍ନତି ଓ ଆଗାମୀ ଖରିଫ ଋତୁ ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ପ୍ରତିନିଧିଦଳ ତୃଣମୂଳ ସ୍ତରରେ ହେଉଥିବା ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ରଖିଥିଲେ । ସେମାନଙ୍କ ସମସ୍ତ ଯୁକ୍ତିସଙ୍ଗତ ଦାବି ଓ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)