ଅକ୍ଷର ବ୍ୟୁରୋ: ରାଜ୍ୟରେ କୁତ୍ରିମ ତୈଳ ସଂକଟ ଦେଖା ଦେଇଛି । ତୈଳ କମ୍ପାନି ଓ ଯୋଗାଣ ବିଭାଗ ତେଲ ମହଜୁଦ ଅଛି କହୁଥିବା ବେଳେ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ରାଜ୍ୟ ପୋଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ ଦେଖା ଦେଇଛି । ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । କିଛି ଲୋକ ଜୀବକା ହରାଇବାକୁ ବସିଲେଣି । ତେଲ ମିଳୁନଥିବାରୁ ପୁରୀ ଜିଲ୍ଲା କଣାସ ଅଞ୍ଚଳ ମତ୍ସ୍ୟଜୀବୀ ଚିଲିକା ଭିତରକୁ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସିରହିଥିବା ଜଣାପଡ଼ିଛି । ୪୦ରୁ ଅଧିକ ଡଙ୍ଗାରେ ଶତାଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ ।
ମାତ୍ର ବୋଟରୁ ତେଲ ସରିଯିବାରୁ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଚିଲିକା ମଝିରେ ଥିବା କିଛି ଟାପୁରେ ଆଶ୍ରୟ ନେଇଛନ୍ତି । ଡିଜେଲ ଅଭାବରୁ ସେମାନେ ଆସି ପାରୁନଥିବା ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି । କଣାସ ଜାଗୁଳାଇ ପଦରଠାରୁ ୮ କିମି ଦୂରରେ ଥିବା ଦୟା ନଦୀ ମୁହାଁଣରେ ଵି ଏକାଧିକ ଡଙ୍ଗା ତେଲ ଅଭାବରୁ ନଦୀ କୂଳରେ ଅଟକି ରହିଥିବା ଜଣାପଡ଼ିଛି । ସେମାନଙ୍କ ପାଇଁ ପରିବାର ଲୋକ ଦାବି କରିଛନ୍ତି । ସେହିପରି କଣାସ ଜାଗୁଳାଇ ପଦର ଠାରୁ ୮ କିମି ଦୁରରେ ଥିବା ଦୟା ନଦୀ ମୁହାଁଣରେ ଵି ଏକାଧିକ ଡ଼ଙ୍ଗା ତେଲ ଅଭାବରୁ ନଦୀ କୁଳରେ ଲାଗି ରହିଛି ।












Leave a Reply