ତରଭୁଜ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ; ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ପୁଅର ମୃତ୍ୟୁ ।

ଅକ୍ଷର ବ୍ୟୁରୋ: ତରଭୁଜ ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ହୋଇଛି । ଏନେଇ ପରିବାରର ସଦସ୍ୟ ମଳୟ ସେନାପତି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୂଜ ଘରକୁ ନେଇ ଆସିଥିଲେ । ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । କିଛି ସମୟ ପରେ ବାନ୍ତି ଓ ପତଳା ଝାଡ଼ା ହୋଇଥିଲା । ୫ଜଣ ଅସୁସ୍ଥ ହେବାପରେ ଜଣେ ସମ୍ପର୍କୀୟ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ବିଗିଡ଼ିବାରୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ୱାଧୀନ ସେନାପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତ ସ୍ୱାଧୀନ ହେଉଛନ୍ତି ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ । ତେବେ ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)