ଅକ୍ଷର ବ୍ୟୁରୋ: ସମ୍ବଲପୁରରେ ବୁର୍ଲା ଥାନା ପ୍ଲାନେଟୋରିୟମ ଛକ ନିକଟରେ ଏନ୍କାଉଣ୍ଟର । ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ । ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କଲାବେଳେ ଏନକାଉଣ୍ଟର କରାଯାଇଛି । ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ । ରାତି ଚେକିଂ ବେଳେ ଖସି ଯିବାକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ । ଅଭିଯୁକ୍ତ ମନୀଷ ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା । ଜବାବରେ ପୋଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା । ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି । ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରାଯାଇଛି ।












Leave a Reply