ଅକ୍ଷର ବ୍ୟୁରୋ: ଡିଜେଲ ଅଭାବରୁ ୫ ହଜାର ୩ ଶହ କୁକୁଡ଼ାର ଚାଲିଗଲା ଜୀବନ । ମାଲକାନଗିରି ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି । ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନରେ ଛିଡା ହେଉଛନ୍ତି ହେଲେ ମୋଟର ସାଇକେଲକୁ ୨ ଶହ ଟଙ୍କାର ଓ କାରକୁ ୫୦୦ ଟଙ୍କାର ତେଲ ମିଳୁଥିବା ବେଳେ ବେରେଲରେ ତେଲ ମିଳୁ ନାହିଁ । ଡିଜେଲର ଅଭାବ ସାଙ୍ଗକୁ ବିଦ୍ୟୁତ ସଂଯୋଗ ନଥିବାରୁ ପାଞ୍ଚ ହଜାର ୩ ଶହ କୁକୁଡ଼ାର ମୃତ୍ୟୁ ହୋଇଛି । କୁକୁଡ଼ା ଫାର୍ମ ନିକଟରେ ଥିବା ଟ୍ରାନ୍ସଫର୍ମରରେ ଟ୍ରିପ ନେବା ଯୋଗୁଁ ଲାଇନ୍ କଟିଯାଇଥିଲା ଓ ଡିଜେଲର ଅଭାବ ଯୋଗୁଁ ଡିଜି ବି ଚାଲି ନଥିଲା ଯାହା ଫଳରେ ୫୩୦୦ କୁକୁଡ଼ା ମରିଯାଇଛନ୍ତି । ମଲା କୁକୁଡ଼ାଙ୍କ ମୋଟ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି କ୍ଷତିପୁରଣ ନପାଇ ମାଲିକ ଏବେ ଚିନ୍ତାରେ ।
ଡିଜେଲ ଅଭାବରୁ ୫ହଜାର ୩ଶହ କୁକୁଡ଼ାର ମୃତ୍ୟୁ; ମଲା କୁକୁଡ଼ାଙ୍କ ମୋଟ ଆକଳନ ମୂଲ୍ୟ ୧୫ ଲକ୍ଷ ଟଙ୍କା ।









Leave a Reply