ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ନେଇ ଚାଲିଛି ବ୍ୟବସ୍ଥା ।

ଅକ୍ଷର ବ୍ୟୁରୋ: ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା । ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା । ଗତ ଶନିବାର ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଏବଂ ପ୍ରତିବାଦକୁ ନମାନି ଏହି ଦୁଇ ସ୍ଥାନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା । ଏ ଦୁଇ ସ୍ଥାନରେ ଅଦିନିଆ ରଥଯାତ୍ରା ନେଇ ଇସ୍କନର ଅଜବ ସଫେଇ ରଖିଥିଲା । ଏପଟେ ଉତ୍ତର ପ୍ରଦେଶ ହାପୁର ଜିଲ୍ଲାରେ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ନେଇ ଚାଲିଛି ବ୍ୟବସ୍ଥା । ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଭାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଏଭଳି ଅଦିନିଆ ତିଥିରେ ରଥଯାତ୍ରା ପାଳନରୁ ନିବୃତ୍ତ ରହିବା ଲାଗି ଅପିଲ୍ କରିଛନ୍ତି । ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା, ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଜୁଲାଇ ୧୪ ଓ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତ ମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)