ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୟାନ:

ଅକ୍ଷର ବ୍ୟୁରୋ: ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ । ଓଡ଼ିଶା କୃଷି ପ୍ରଧାନ ରାଜ୍ୟ । ଖାଇବା ତେଲ ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । କୃଷି ବିଭାଗ ଉପରେ ପଡିଛି ତୈଳ ସଙ୍କଟ ପ୍ରଭାବ । ଆମକୁ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବାକୁ ପଡ଼ିବ । ତେଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଆଜି ଭାରତ ଆମଦାନୀରେ ରେକର୍ଡ କରୁଛି । ରାଜ୍ୟରେ ୨୧ ଲକ୍ଷ ହେକ୍ଟର ଡାଲି ଜାତୀୟ ଚାଷ ହେଉଛି । ରବି ଫସଲରେ ଅନ୍ୟ ରାଜ୍ୟ ଇନପୁଟ ସବସିଡି ଦିଅନ୍ତି ନାହିଁ । ହେଲେ ଆମେ ଦେଉଛୁ । ରାଜ୍ୟରେ ଧାନ ଉତ୍ପାଦନ ବଢିଛି । ଆଉ ରଖିବା ପାଇଁ ଜଗା ନାହିଁ । ଆଗକୁ ସ୍ଥିତି ଜଟିଳ ହୋଇପାରେ ।

ଦେଶରେ ରାଜ୍ୟ ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ଅଛି । ହେଲେ ଏହାକୁ ରଖିବା ପାଇଁ ଜଗା ନାହିଁ । ପୂର୍ବରୁ କେରଳ ଓ ବିହାର ଆମଠାରୁ ଚାଉଳ ନେଉଥିଲେ । ଏବେ ତାଙ୍କର ଉତ୍ପାଦନ ବଢିଛି । ତେଣୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି କିପରି ଅନ୍ୟ ରାଜ୍ୟକୁ ଚାଉଳ ଦିଆ ଯାଇପାରିବ । କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଏହାର ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ୟା ସମାଧାନ ନ ହେଲେ ଆଗକୁ ରାଜ୍ୟ ପାଇଁ ସମସ୍ୟା ବଢ଼ିପାରେ । ଏବେ ଅର୍ଗାନିକ ଭୋଗ ଶ୍ରୀମନ୍ଦିରରେ ଲାଗୁଛି । କୃଷକ ସମୃଦ୍ଧ ଯୋଜନାକୁ ଆମେ ନୂଆ କରି ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି । ପୂର୍ବ ସରକାର ଶୀତଳ ଭଣ୍ଡାର କଥା ଚିନ୍ତା କରି ନଥିଲେ, ହେଲେ ଆମ ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରିଛି । ଆଗାମୀ ଦୁଇ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)