ଭିଜିଲାନ୍ସ ଜାଲରେ କଳାହାଣ୍ଡି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ; ମୋଟ୍ ୩୯.୬୪ ଏକର ଜମି ଠାବ କଲା ଭିଜିଲାନ୍ସ ।

ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ କଳାହାଣ୍ଡି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଆୟବର୍ହିଭୃତ ସମ୍ପତ୍ତି ଯାଞ୍ଚ ବେଳେ ଠାବ ହେଲା ୩୩ ପ୍ଲଟ୍, ୯ ଏକରର ଫାର୍ମ ହାଉସ । ମୋଟ୍ ୩୯.୬୪ ଏକର ଜମି ଠାବ କଲା ଭିଜିଲାନ୍ସ । ଯନ୍ତ୍ରୀଙ୍କର ୯ ଏକରର ଫାର୍ମ ହାଉସ୍ ସହ ୮ କ୍ୟାବିନ୍ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ରହିଛି । ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି । ବର୍ତ୍ତମାନ ଯାଏଁ ସମୁଦାୟ ଏତିକି ଠାବ ହୋଇଥିବା ବେଳେ ଗୋଷାଣୀମୁଣ୍ଡା, ଭବାନୀପାଟଣା ସହରରେ ଦୁଇ ମହଲା କୋଠା, କୁସୁମଖୁଣ୍ଟିରେ ଥିବା ପୈତୃକ ଘର ଦୁଇ ମହଲା କୋଠା, କିଟ୍ ପଦରରେ ଫାର୍ମହାଉସ, ଦୁଆରଶୁଣିରେ ନିର୍ମାଣାଧୀନ କୋଠା, ଭବାନୀପାଟଣା ସ୍ଥିତ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)