ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଉ ଦୁଇ ଗିରଫ; ନୟାଗଡ଼ ଜିଲ୍ଲାର ରଣପୁର ଜଙ୍ଗଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଉ ଦୁଇ ଗିରଫ । କ୍ରାଇମବ୍ରାଞ୍ଚ ଆଉ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲାର ରଣପୁର ଜଙ୍ଗଲରୁ ଗିରଫ କରିଛି । ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରାଣା । ଏମାନେ ଗତ ୭ ତାରିଖରୁ ଫେରାର ଥିଲେ । କାଳିଆ ଓ ରଞ୍ଜିତ କାଠ ଫାଳିଆରେ ସୌମ୍ୟଙ୍କୁ ଆକ୍ରମଣ କରିଥିଲେ । ତା’ପରେ ଉଭୟ ରଣପୁର ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଦିନରେ ରୁମରେ ରହୁଥିଲାବେଳେ ରାତିରେ ଜଙ୍ଗଲରେ ରହୁଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କାଳିଆ ଓ ରଞ୍ଜିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବାଲିଅନ୍ତା ଥାନା ପୁଲିସ୍ ପୂର୍ବରୁ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପ୍ରାଥମିକତା ଭିତ୍ତିରେ ତଦନ୍ତ ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମ ଟିମ୍ ପୁରା ଆକ୍ଟିଭ୍ ଅଛି । ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)