ସମ୍ବଲପୁରରେ ପୁଣି ଆଉ ଏକ ଏନକାଉଣ୍ଟର; କୁଖ୍ୟାତ ଅପରାଧୀ ବଣ୍ଟି ସୁନାକୁ ଏନକାଉଣ୍ଟର କରିଛି ପୋଲିସ ।

ଅକ୍ଷର ବ୍ୟୁରୋ: ସମ୍ବଲପୁରରେ ପୁଣି ଆଉ ଏକ ଏନକାଉଣ୍ଟର । ଗତକାଲି ସନ୍ଧ୍ୟାରେ କୁଖ୍ୟାତ ଅପରାଧୀ ବଣ୍ଟି ସୁନାକୁ ଏନକାଉଣ୍ଟର କରିଛି ପୋଲିସ । ଚାରମାଳ ଥାନା ମୋଚିବାହାଲ ଅଞ୍ଚଳରେ ପୋଲିସ ତାକୁ ଏନକାଉଣ୍ଟର କରିଥିବା ବେଳେ ତାର ବାମ ଗୋଡରେ ଗୁଳି ବାଜିଛି । ଆହତ ବଣ୍ଟିକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ଓ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିଲା ବଣ୍ଟି । ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ତା ନାଁରେ ପ୍ରାୟ ୧୬ଟି ମାମଲା ରହିଛି । ବେଆଇନ ଅସ୍ତ୍ର ଓ ଗୁଳି ଜବତ ଘଟଣା ସଂପର୍କରେ ଅଇଁଠାପାଲି ପୋଲିସ ତଦନ୍ତ କରୁଥିବା ବେଳେ ସାମ୍ନାକୁ ଆସିଥିଲା ବଣ୍ଟିର ନାଁ । ଆଜି ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)