ରାଜଧାନୀରେ ବୁଲୁଛି ଦନ୍ତା ହାତୀ; ଚିନ୍ତାରେ ଚନ୍ଦକା ବନଖଣ୍ଡ !

ଅକ୍ଷର ବ୍ୟୁରୋ: ରାଜଧାନୀରେ ବୁଲୁଛି ଦନ୍ତା ହାତୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଜଙ୍ଗଲରୁ ବାହାରି ପଥରଗାଡିଆ ଅଞ୍ଚଳରେ ଆତଙ୍କ ଖେଳାଇଛି ଦନ୍ତା ହାତୀ । ହାତୀକୁ ଘଉଡାଇବା ପାଇଁ ସ୍ଥାନୀୟ ଗ୍ରାମବାସୀ ଚେଷ୍ଟା କରିଥିଲେ । ସେପଟେ ଆଉ ଏକ ହାତୀ ଜଙ୍ଗଲ ପାଚେରୀ ଭାଙ୍ଗି ସହର ଭିତରକୁ ଆସିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେଲା ଆମ୍ବ ଓ ପଣସ ଖାଇବା ମୋହରେ ଜଙ୍ଗଲ ଭିତରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛି ଦିନ ପୂର୍ବରୁ ଜଙ୍ଗଲରୁ ହାତୀ ବାହାରକୁ ନଆସିବା ପାଇଁ ହାତୀଙ୍କୁ ଜଙ୍ଗଲରେ ଆମ୍ବ ଦିଆଯାଇଥିଲା । ଏବେ ହାତୀଙ୍କୁ ନେଇ ଟେନସନରେ ଚନ୍ଦକା ବନଖଣ୍ଡ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)