ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ; କୋର୍ଟରେ ଗ୍ରୁପ୍-ଡି ମହିଳା କର୍ମଚାରୀ ହେବେ ଜୁନିଅର୍ କ୍ଲର୍କ୍ ।

ଅକ୍ଷର ବ୍ୟୁରୋ: ବୁଧବାର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ । ନିୟମିତ ହେବ କୋର୍ଟ ମ୍ୟାନେଜର ପଦବୀ । କୋର୍ଟରେ ଗ୍ରୁପ୍-ଡି ମହିଳା କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ ।

ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ 2026’ ଆସିବ । ଯେଉଁଥିରେ ବେଆଇନ୍ ମାଛଧରା ବନ୍ଦ ହେବ । ଆର୍କିଓଲୋଜିକାଲ୍ କ୍ୟୁରେଟର୍ ସର୍ଭିସ୍ ରୁଲ୍ 2026ରେ ନିଯୁକ୍ତି ଓ ପଦୋନ୍ନତି ନିୟମ ତିଆରି ହେବ । ST-SC ବିଭାଗରେ ମିନିଷ୍ଟେରିଆଲ୍ ନିଯୁକ୍ତି ନିୟମ ବଦଳିଛି । ଫଳରେ ସର୍କଲ୍ ଇନସ୍ପେକ୍ଟରଙ୍କ ପଦୋନ୍ନତି ସହଜ ହେବ । 854 କୋଟିର ପାୱାର୍ ପ୍ରୋଜେକ୍ଟକୁ ମିଳିଛି ଅନୁମତି । OPTCL 400 KV ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ । ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ ହେବ। ଇଜ ଅଫ ଡୁଇଂ ବିଜନେସରେ ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର NOC ଯଥେଷ୍ଟ। ଏଥିସହ ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଆଇନ ବିଭାଗର 358 ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ ହୋଇଯିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)