ବ୍ରହ୍ମପୁର ଯୁବକ ଓ ତାଙ୍କ ବାନ୍ଧବୀ ଆକ୍ରମଣ ଘଟଣା; ଫେରାର ଅଭିଯୁକ୍ତ ମୁଫତେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ ।

ଅକ୍ଷର ବ୍ୟୁରୋ: ବ୍ରହ୍ମପୁର ଯୁବକ ଓ ତାଙ୍କ ବାନ୍ଧବୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଫେରାର ଅଭିଯୁକ୍ତ ମୁଫତେଶ ସାହୁକୁ ଏନକାଉଣ୍ଟର କରିଛି । ବୁଧବାର ରାତି ୧୨ଟାରେ ତାମଣା ଘାଟିରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ସହ ମୁହାଁମୁହିଁ ହେବା ପରେ ପ୍ରଥମେ ମୁଫତେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ତାକୁ ସେହିଠାରେ ଏନ୍‌କାଉଣ୍ଟର କରିଥିଲା । ମୁଫତେଶର ହାତ ଓ ଦୁଇ ଆଣ୍ଠୁରେ ଗୁଳି ବାଜିବାରୁ ସେ ସେହିଠାରେ ଟଳିପଡ଼ିଥିଲା । ସେଠାରୁ ପୋଲିସ ଟିମ୍ ତାକୁ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଛି । ଟାଉନ ଥାନା ଏସଡିପିଓ, ଏଏସପି ଆଲୋକ କୁମାର ଜେନାଙ୍କ ସହ ବହୁ ପୋଲିସ ଅଧିକାରୀ ମେଡିକାଲରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ସେଠାରେ ମୁଫ୍‌ତେଶର ଚିକିତ୍ସା ଜାରି ରହିଛି ।

ସେପଟେ ଗତକାଲି ଏହି ବର୍ବରତା ମାମଲାରେ ୨ ଜଣଙ୍କୁ ବାନ୍ଧିଥିଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜ୍ ମାଲହୋତ୍ରା ଓ ଲିଙ୍ଗରାଜ ସାମଲ । ସେମାନଙ୍କଠାରୁ ୨ଟି ସ୍କୁଟର, ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ ଜବତ କରିଥିଲା ପୋଲିସ୍ । ତେବେ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)