ପୋଲିସ୍ SI ସ୍କାମ୍ ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

ଅକ୍ଷର ବ୍ୟୁରୋ: ପୋଲିସ୍ SI ସ୍କାମ୍ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୧୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ତଦନ୍ତର ତଥ୍ୟ ଓ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟରେ ଜାମିନ ଖାରଜ ହୋଇଛି । ଅସ୍ତ୍ରୋପଚାର ପାଇଁ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଖାରଜ କରାଯିବା ସହ ୩ ସପ୍ତାହ ମଧ୍ୟରେ ମୁନା ମହାନ୍ତି ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟ ଅଭିଯୁକ୍ତ ଟି.ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଶ୍ରୀକାନ୍ତ ମହାରଣା, ଲୋକନାଥ ସାହୁ, ସାଗର କୁମାର ଗୌଡ଼, ତଫିମ ଅହମ୍ମଦ ଖାନ, ସୁରେଶ ଚନ୍ଦ୍ର ନାୟକ ଏବଂ ଅନ୍ୟମାନେ ଜାମିନ ଆବେଦନ କରିଥିଲେ । ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ ।

ପୋଲିସ ଏସ ଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପାଇଁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଏବଂ ସିଲିକନ ମାଲିକ ସୁରେଶ ନାୟକ ଷଡଯନ୍ତ୍ର କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ପ୍ରାର୍ଥୀ ଯୋଗାଡ଼ କରିବା ଏବଂ ସହଯୋଗ କରିଥିବା ନେଇ ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କ ଏହି କାର୍ଯ୍ୟ ଯୋଗୁଁ ପୋଲିସ ଏସ ଆଇ ପରୀକ୍ଷା ଦୁଇ ଦୁଇ ଥର ବାତିଲ ହୋଇଛି ଫଳରେ ଲକ୍ଷ ଲକ୍ଷ ମେଧାବୀ ଆଶାୟୀଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି ବୋଲି ସିବିଆଇ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)