ଅକ୍ଷର ବ୍ୟୁରୋ: ଅଂଶୁଘାତରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ । ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ବନ ବିଭାଗର ପାରା କର୍ମଚାରୀ ଗୌରାଙ୍ଗ ପୂଜାରୀ । ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀ ଗୌରାଙ୍ଗ ପୂଜାରୀ ସବୁଦିନ ଭଳି ପାଟ୍ରୋଲିଂ କରିବାକୁ ଯାଇଥିଲେ । ପାଟ୍ରୋଲିଂ କଲାବେଳେ ରାସ୍ତାରେ ଅଚେତ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାଥିଲି ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୌରାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରାଯାଉଛି ।
ଅଂଶୁଘାତରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ ।









Leave a Reply