ଅକ୍ଷର ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ |ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟଗେଟ ତଳ ଭାଙ୍ଗି ହୁଣ୍ଡିବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିନେଇଛନ୍ତି ଦୁର୍ବୁତ୍ତ | ସୂଚନା ଅନୁଯାୟୀ ଗତକାଲି ମନ୍ଦିରର ପୂଜକ ପୂଜାର୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚନା କରିବା ପାଇଁ ଅସିଲାବେଳକୁ ମନ୍ଦିରର ମୁଖ୍ୟ ଫାଟକ ତାଲାକୁ କାଟି ଭିତରକୁ ଦୁର୍ବୁତ୍ତମାନେ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଥିବାର ଦେଖିଥିଲେ |ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ଦିନକୁ ଦିନ ଏଭଳି ବାଲିଆପାଳ ବ୍ଲକରେ ମନ୍ଦିରରୁ ଚୋରି ହେଉଥିବାରୁ ପୋଲିସର ପାରିବାପାଣିଆକୁ ନେଇ ଲୋକେ ଆଙ୍ଗୁଠି ଉଠେଇଛନ୍ତି |
ଜଗନ୍ନାଥ ମନ୍ଦିରରୁ ଲୁଟ : ମୁଖ୍ୟଗେଟ ତାଲା ଭାଙ୍ଗି ହୁଣ୍ଡି ନେଇଗଲେ ଲୁଟେରା















Leave a Reply