ଅକ୍ଷର ବ୍ୟୁରୋ: ବିଜେପିରେ ସାମିଲ୍ ହେଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେଲେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ । ଦେବାଶିଷଙ୍କ ସାମିଲ ବେଳେ ଉପସ୍ଥିତି ଥିଲେ ଅରୁଣ ସିଂହ ଏବଂ ଓଡ଼ିଶା ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ।
ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ପାର୍ଟିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ । ଭାରତୀୟ ଜନତା ପାର୍ଟିରୁ ସବୁଜ ସଙ୍କେତ ଆସିବା ପରେ ବିଜେଡି ଛାଡ଼ିଥିଲେ । ଦଳ ଛାଡ଼ିବା ପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି ବୋଲି କହିଥିଲେ । ପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।












Leave a Reply