ବାଲିଅନ୍ତା GRP କନଷ୍ଟେବଳ ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ; କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା GRP କନଷ୍ଟେବଳ ସୌମ୍ୟ ରଂଜନ ସ୍ୱାଇଁ ହତ୍ୟା ମାମଲାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ । ଘଟଣାର ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଏକ ସ୍ୱେଶାଲ୍ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୀର୍ଘ ଦିନର ଛାନଭିନ୍ ଏବଂ ଖୋଳତାଳ ପରେ ଶେଷରେ ଏହି ବର୍ବର ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଗିରଫ ଅଭିଯୁକ୍ତ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ବୋଲି ଜଣାପଡିଛି । ପୂର୍ବରୁ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏବେ ଗିରଫଦାରି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । କମିଶନରେଟ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି । ଆହୁରି ୨୦ରୁ ଉର୍ଦ୍ଧ୍ୱ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି । ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)