ଅକ୍ଷର ବ୍ୟୁରୋ : ଗାଁ ମୁହାଁ ଦନ୍ତା ହାତୀ | ଅନୁଗୁଳ ବନାଞ୍ଚଳରେ ଥମୁନି ହାତୀ ଆତଙ୍କ | ଆଜି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି | ଯୁବକ ଜଣକ ଚାଲି ଚାଲି ଘରକୁ ଫେରିବା ବେଳେ ବାଟରେ ଏକ ଦନ୍ତାହାତୀ ତାଙ୍କୁ ଦଳି ମାରିଦେଇଛି | ଏଥିଯୋଗୁଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା | ଉତ୍ତ୍ୟକ୍ତ ଲୋକ ମାନେ ଶବ ରଖି ଘଟଣାର ପ୍ରତିଦାଦ କରିଥିଲେ | ସୂଚନା ଅନୁଯାୟୀ , ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ଶଙ୍ଖପୁର ଗାଁ ଡିହପଦାସାହିର ବଂଶୀଧର ଦାସ (୪୧ ) ରାଜମିସ୍ତ୍ରୀ କାମ କରୁଥିଲେ | ଆଜି ସେ ଗାଁ ନିକଟରେ ଏକ ଘର ନିର୍ମାଣ କାମ ସାରି ଚାଲି ଚାଲି ଅପରାହ୍ନ ପ୍ରାୟ ସାଢେ ଚାରିଟା ବେଳେ ଘରକୁ ଫେରୁଥିଲେ | ସେ କାଳିଆପଶି ନିକଟରେ ପହଞ୍ଚିଥିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ | ହାତୀ ତାଙ୍କୁ ରାସ୍ତା ଉପରୁ ଶୁଣ୍ଢରେ ଟେକି ନେଇ ଫୋପାଡ଼ିଦେବା ସହ ବିଲ ଭିତରେ ମୁଣ୍ଡକୁ ଦଳି ଦେଇଥିଲା | ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକମାନେ ବିଲ ଭିତରେ ତାଙ୍କ ମୃତଦେହ ପଡିଥିବା ଦେଖି ତାଙ୍କ ପରିବାରକୁ ଜଣାଇଥିଲେ | ସୂଚନା ପାଇ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ | ଘଟଣାସ୍ଥଳରେ ବନ୍ତଳା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି |
ପୁଣି ଦନ୍ତା ନେଲା ଜୀବନ : ହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ
















Leave a Reply