ଅକ୍ଷର ବ୍ୟୁରୋ: ପୁଅ ଛୁଇଁଲାନି ମା’ର ଶବ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମରେ । ଭାଇ ଭାଇ ମଧ୍ୟରେ ଜମି ବିବାଦକୁ ନେଇ ମୃତ ମାଆର ଶବକୁ କାନ୍ଧ ଦେଲେନି ଜନ୍ମିତ ପୁଅ । ୧୦ ଘଣ୍ଟା ପଡି ରହିବା ପରେ ପୋଲିସ ପହଞ୍ଚି କଲା ଶବ ସତ୍କାର । ସୂଚନା ମୁତାବକ, ଗ୍ରାମର ସ୍ୱର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସଙ୍କ ତିନିଜଣ ପୁଅ ଅଛନ୍ତି । ପୂର୍ବରୁ ବଡ଼ ପୁଅ ନିଖୋଜ ଥିବା ବେଳେ ମଝିଆ ପୁଅ ନିକଟରେ ବାପା ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା । ପରେ ତୁଳସୀ ସାନପୁଅ ରାକେଶ ଦାସଙ୍କ ନିକଟରେ ରହିଥିଲେ । ହେଲେ ଗତ ମଙ୍ଗଳବାର ଦିନ ୧୦.୨୫ ମିନିଟ ସମୟରେ ତୁଳସୀଙ୍କ ମୃତ ହୋଇଥିଲା । ତେବେ ପୂର୍ବରୁ ଜମି ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ ମତାନ୍ତର ମନାନ୍ତର ରହିଥିଲା । ରାକେଶ ନଦୀ ଘାଟରେ ଅନ୍ତେଷ୍ଟି କ୍ରିୟା କରିବାକୁ କହୁଥିବା ବେଳେ ତାଙ୍କର ଭାଇ ଓ ପରିବାର ବର୍ଗ ନିଜ ଘର ବାଡ଼ିରେ ଅନ୍ତେଷ୍ଟି କ୍ରିୟା କରିବେ ବୋଲି ଜିଦରେ ଅଟଳ ଥିଲେ । ଯାହାକୁ ନେଇ ବାଦ୍ ବିବାଦ ତେଜିଥିଲା ।
ପୁଅ ଛୁଇଁଲାନି ମା’ର ଶବ; ପୋଲିସ ପହଞ୍ଚି କଲା ଶବ ସତ୍କାର ।












Leave a Reply