ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଏକ ବଡ ଖବର; ସୌମ୍ୟଙ୍କ ରକ୍ତରେ ଷ୍ଟେରୟେଡ ମିଳିଥିବା ଫୋରେନସିକ୍‌ ରିପୋର୍ଟରୁ ସୂଚନା ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ କ୍ରାଇମବ୍ରାଞ୍ଚ ହାତରେ ଫୋରେନସିକ୍‌ ରିପୋର୍ଟ ହସ୍ତଗତ ହୋଇଛି । ଏଥିରେ ସୌମ୍ୟଙ୍କ ରକ୍ତରେ ଷ୍ଟେରୟେଡ ମିଳିଥିବା ରିପୋର୍ଟ ସୂତ୍ରରୁ ଜଣାପଡିଛି । ସେପଟେ ଏହି ମାମଲାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍‌ । ଗିରଫ ଅଭିଯୁକ୍ତ ଜଣକ ହେଲେ ଟଙ୍କପାଣି ରୋଡ୍ ଅଞ୍ଚଳର ଅଶୋକ ଜେନା ଓରଫ୍ ‘ଗେଡ଼ା’ । ଏହି ଗିରଫଦାରୀ ସହିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ଘଟାଇବା ପରଠାରୁ ଅଶୋକ ଜେନା ଓରଫ୍ ଗେଡ଼ା ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା । ତେବେ କ୍ରାଇମବ୍ରାଞ୍ଚ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ଚଢ଼ାଉ କରିଥିଲା । ସେହି ହୋଟେଲରେ ଲୁଚି ରହିଥିବା ଅବସ୍ଥାରେ ଅଭିଯୁକ୍ତ ଅଶୋକକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ପରେ ତାକୁ ଅଧିକ ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)