ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ଦୁଇ ଦିନ ଧରି ପ୍ରବଳ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରିଛି ଭୋଗରାଇ ମତ୍ସ୍ୟ ବିଭାଗ । ଆଜି ସକାଳ ସମୟରେ ଚନ୍ଦନେଶ୍ୱର ମତ୍ସ୍ୟ କର୍ମଚାରୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ଭୋଗରାଇର ବିଭିନ୍ନ ସମୁଦ୍ର କୁଳିଆ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଇଛି । ଭୋଗରାଇର ଉଦୟପୁର ଠାରୁ ତାଳସାରୀ, ବିଚିତ୍ରପୁର ଓ କୀର୍ତ୍ତନୀୟ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ କାଲି ଯାଏ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ଉପକୂଳବାସୀ ସହ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଭାରତୀୟ ପାଣିପାଗ ସୂଚନା ଅନୁସାରେ ମତ୍ସ୍ୟ ବିଭାଗ ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ଧରି ସମୂଦ୍ରରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ଫଳରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ନିଜ ନିଜର ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି ।
ପ୍ରବଳ ବର୍ଷା ନେଇ ସମୁଦ୍ର ମନା; ଉପକୂଳ ସହ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ।












Leave a Reply