ମହିଳା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେବେ ରାଜ୍ୟ ସରକାର : ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା

ଅକ୍ଷର ବ୍ୟୁରୋ : ମହିଳା ଦିବସରେ ମହିଳାଙ୍କୁ ବଡ଼ ଭେଟି ଦେବେ ରାଜ୍ୟ ସରକାର | ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା | ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳାଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି |

ଏସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀ ସଂଖ୍ୟା | ଏହା ପୂର୍ବରୁ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ ହିତାଧିକାରୀ | ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ | ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଶନ ଶକ୍ତି ମହିଳା ମାନେ ଡୋର ଟୁ ଡୋର ସର୍ଭେ କରିବେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)