ଆସନ୍ତାକାଲିଠୁ ରାଜ୍ୟରେ SIR ଆରମ୍ଭ; ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ଚାଲିବ ପ୍ରକ୍ରିୟା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ SIR ପ୍ରକ୍ରିୟା । ଜୁନ ୨୮ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ. ଗୋପାଳନଙ୍କ ସୂଚନା । ସାମ୍ବାଦିକ ସମ୍ମିଳନୀ କରି ଏନେଇ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ । ଅଣଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଛି ବୋଲି କହିଛନ୍ତି ସିଇଓ । 

କାଲିଠୁ ଘର ଘର ବୁଲିବେ ବିଏଲଓ । ଏଥିପାଇଁ ବିଏଲଓଙ୍କୁ ଦିଆଯାଇଛି ଟ୍ରେନିଂ । ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ୪୫ ହଜାର ୨୫୫ ବ୍ଲକ ଲେବୁଲ୍‌ ଅଫିସର ନିଯୁକ୍ତି ହୋଇଛନ୍ତି । ଏହାସହ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍‌ରେ ଉପସ୍ଥିତ ରହିବେ ବିଏଲ୍‌ଓ । ସକାଳେ ଘର ଘର ବୁଲି ଗଣନା କରିବେ । ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଛି । ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି । ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି । ଘର ଘର ବୁଲିବାବେଳେ ତାକୁ ସଂଶୋଧନ କରିବେ ବିଏଲଓ । ମ୍ୟାପଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ । ଭୋଟର ଚାହିଁଲେ ନୂଆ ଫୋଟୋ ଦେଇ ପାରିବେ । ସବୁ ଭୋଟରଙ୍କୁ ଦିଆଯିବ ୨ଟା ଫର୍ମ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)