ବଣ୍ତାଘାଟିରେ ପିଇଓଙ୍କୁ ପଥର ମାଡ କଲେ ଗ୍ରାମବାସୀ; ଲିଖିତ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ।

ଅକ୍ଷର ବ୍ୟୁରୋ: ମାଲକାନାଗିରି ଜିଲ୍ଲା ବଣ୍ତାଘାଟିରେ ପିଇଓଙ୍କୁ ପଥର ମାଡ କଲେ ଗ୍ରାମବାସୀ । ଏହି ଘଟଣାକୁ ନେଇ ମୁଦୁଲିପଡା ଥାନାରେ ମାମଲା ରୁଜୁ ହୋଇଛି । ପ୍ରଶାସନ ଓ ଆହତ ପିଇଓ ବିଜୟ କୁମାର ପଣ୍ତାଙ୍କ ଦ୍ବାରା ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ଦାୟର କଲା ମୁଦୁଲିପଡା ପୋଲିସ । ଗତକାଲି ଆବାସ ଘର ସମ୍ପୂର୍ଣ୍ଣ କରିବାକୁ ବଣ୍ତାଘାଟିରେ ସଚେତନତା କରୁଥିଲେ ପିଇଓ ପଣ୍ତା । ଦାନ୍ତିପଡା ଗାଁରେ ହିତାଧିକାରୀଙ୍କୁ ବୁଝାଇବାବେଳେ ସମ୍ପର୍କୀୟ ଆକ୍ରମଣ କରିଥିଲେ । ଏହାସହିତ ପଥର ମାଡ ମଧ୍ୟ ହୋଇଥିଲା । ଗ୍ରାମବାସୀ ଉଦ୍ଧାର ପରେ ଖଇରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ପ୍ରଶାସନର ତଦନ୍ତ ଆରମ୍ଭ ହୋଇଥିବାବେଳେ କେଉଁ ଉଦ୍ଧେଶ୍ୟରେ ହିତାଧିକାରୀଙ୍କ ସମ୍ପର୍କୀୟ ପିଇଓଙ୍କୁ ଆକ୍ରମଣ କରିଥିଲେ ତାହାକୁ ନେଇ ମୁଦୁଲିପଡା ପୋଲିସ ବି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)