ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସହମତି ବୃଦ୍ଧି ପାଇବାରେ ଲାଗିଛି । ଦୁଇ ରାଜ୍ୟ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଥିବା ୧୫ଟି ପ୍ରସଙ୍ଗ ମଧ୍ୟରୁ ୧୨ଟିରେ ମତଭେଦ ଦୂର କରିପାରିଛନ୍ତି । ଶନିବାର ଶୁଣାଣି ବେଳେ ସେମାନେ ଏହା ମହାନଦୀ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଫଳରେ ବର୍ଷ ବର୍ଷ ଧରି ପଡିରହିଥିବା ଏହି ବିବାଦ ଆପୋସ ସମାଧାନ ଆଡକୁ ଗତିକରୁଥିବା ଦେଖିବାକୁ ମିଳିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବେଲା ଏନ୍ ତ୍ରିବେଦି ଓ ଅନ୍ୟ ଦୁଇ ଜଣ ସଦସ୍ୟଙ୍କ ନିକଟରେ ଶୁଣାଣି ସମୟରେ ଓଡିଶାର ଆଡଭୋକେଟ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ ଓ ଛତିଶଗଡ଼ ସରକାରଙ୍କ ଏଜି ବିବେକ ଶର୍ମା କହିଥିଲେ ଯେ, ଦୁଇ ରାଜ୍ୟଙ୍କ ବିଭିନ୍ନ ଟିମ୍ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଅବଶିଷ୍ଟ ପ୍ରସଙ୍ଗରେ କିଭଳି ସହମତି ପ୍ରକାଶ ପାଇବ ତାର ରାସ୍ତା ବାହାର କରିବାକୁ ଟ୍ରିବ୍ୟୁନାଲ୍ ପରାମର୍ଶ ଦେଇଥିଲେ । ଏହାପରେ ଶୁଣାଣି ଜୁନ୍ ୬ରେ କରିବାକୁ ଧାର୍ଯ୍ୟ ହୋଇଥିଲା ।
ମହାନଦୀ ଜଳ ବିବାଦ ନେଇ ଦୁଇ ରାଜ୍ୟର ସହମତି ଦେଖାଦେଇଛି; ୧୫ଟି ପ୍ରସଙ୍ଗ ମଧ୍ୟରୁ ୧୨ଟିରେ ମତଭେଦ ଦୂର ହୋଇଛି, ଜୁନ୍ ୬ରେ ପରବର୍ତ୍ତି ଶୁଣାଣି ।












Leave a Reply