ରାଜ୍ୟପାଳଙ୍କ ଏଡିସି ଭାବେ ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ନିଯୁକ୍ତି

ଅକ୍ଷର ବ୍ୟୁରୋ: ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ରାଜ୍ୟପାଳଙ୍କ ଏଡିସି ଭାବେ ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି I ଅନନ୍ୟା ଅୱସ୍ତି ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ । ରବିବାର ଲୋକଭବନରେ ରାଜ୍ୟପାଳ ଅନନ୍ୟା ଅୱସ୍ତିଙ୍କୁ ନୂତନ ପୋଲିସ ଏଡିସି ଭାବରେ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଅନନ୍ୟା ଅୱସ୍ତି କଟକର ୟୁପିଡିର ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ଭାବରେ କାର୍ଯ୍ୟରତ ଥିଲେ । ଓଡିଶାର ରାଜ୍ୟପାଳଙ୍କ ଏଡିସି ଭାବରେ କାର୍ଯ୍ୟ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଅନନ୍ୟା ଅୱସ୍ତି ଆଇପିଏସ୍ ଅଧିକାରୀ କୁଲଦୀପ ମୀନାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)