ଅକ୍ଷର ବ୍ୟୁରୋ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ | ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ମୃତଯୁବକ ଜଣକ ହେଲେ ସୁବଳିଆ ଗ୍ରାମର ସୁଶାନ୍ତ କୁମାର ସାହୁ । ଗତ ୨୫ ତାରିଖ ଦିନ ପୋଲିସ କୈାଣସି ଏକ ଅଭିଯୋଗକୁ ନେଇ ଥାନାକୁ ନେଇଥିଲେ । ସେଠାରେ ପଚାରାଉଚାର ସମୟରେ ମାଡ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ମାଡରେ ଗୁରୁତର ହେବା ପରେ MKCGରେ ଚିକିତ୍ସା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି | ଗଞ୍ଜାମ ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି | ତେବେ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ମେଡ଼ିକାଲ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ |
ପୁଣି ଥାନାରେ ଥାର୍ଡ ଡିଗ୍ରୀ, ପୋଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ














Leave a Reply