ଅକ୍ଷର ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରକ । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ବାସେଳିହତା ଛକଠାରେ ଗତକାଲି ସନ୍ଧ୍ୟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟାଇଥିଲା । ମୃତ ବ୍ୟକ୍ତି ଜଣଙ୍କ ହେଲେ କୁମ୍ଭୀରତୈଳା ଗ୍ରାମର ଆକୁଳ ବେହେରା । ଆହତ ଅବସ୍ଥାରେ ଆକୁଳଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ତେବେ କ୍ଷତିପୂରଣ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ବାସେଳିହତା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଲୋକମାନେ | ଘଟଣାସ୍ଥଳରେ କାନପୁର ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଲୋକମାନଙ୍କୁ ବୁଝାସୁଝା କରୁଛି ।
ସାଇକେଲ ଆରୋହୀଙ୍କୁ ଚାପିଦେଲା ସିମେଣ୍ଟ ବୋଝେଇ ଟ୍ରକ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ














Leave a Reply