ଅକ୍ଷର ବ୍ୟୁରୋ: ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ନୂଆଖେତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର। ଗୁରୁତର ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୂଆଖେତା ଗ୍ରାମର ବଶିଷ୍ଠ ସାହୁ | ବଶିଷ୍ଠ ଅନ୍ଧାରୀ ନାଳ ପାଖରେ କରିଥିବା ଧାନ ଫସଲ ଜଗିବାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଆମ୍ୱ ତୋଟାକୁ ଆମ୍ୱ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ବଶିଷ୍ଠଙ୍କୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ହାତୀର ଗୋଟିଏ ଦାନ୍ତ ପେଟରେ ପଶି ଯାଇଥିଲା | ଯାହା ଫଳରେ ଗଭୀର କ୍ଷତ ହୋଇଥିଲା । ସ୍ଥାନୀୟ ଲୋକମାନେ ଓ ବନ ବିଭାଗ ପକ୍ଷରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।
ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର












Leave a Reply